ଭୁବନେଶ୍ୱର, ୨୪ ଅଗଷ୍ଟ (ହି.ସ.)- ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ତତ୍ସଂଲଗ୍ନ ଅଂଚଳ ତଥା ଉତର ଓଡ଼ିଶା, ଝାଡ଼ଖଣ୍ଡ ଏବଂ ଉତର-ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ କ୍ଷେତ୍ର ସୋମବାର ସକାଳ ୮ଟା ୩୦ ସୁଦ୍ଧା ଗାଙ୍ଗେୟ ପଶ୍ଚିମବଙ୍ଗ ଓ ତତ୍ସଂଲଗ୍ନ ଅଂଚଳ ତଥା ଝାଡ଼ଖଣ୍ଡ ଓ ଉତର ଓଡ଼ିଶା ଉପରେ ରହିଛି । ଏହା ସହିତ ଜଡ଼ିତ ଘୂର୍ଣ୍ଣିବଳୟ ସଂଚାଳନ ସମୁଦ୍ର ପତନ ଠାରୁ ୭.୬ କି.ମି. ପର୍ଯ୍ୟନ୍ତ ଲମ୍ବିଛି ଏବଂ ଉଚ୍ଚତା ସହିତ ଦକ୍ଷିଣ-ପଶ୍ଚିମ ଦିଗକୁ ଢଳି ରହିଛି । ଆଗାମୀ ୨୪ ଘଂଟା ମଧ୍ୟରେ ଏହା ଉତର-ପଶ୍ଚିମ ଦିଗକୁ ଗତି କରି ଝାଡ଼ଖଣ୍ଡ ଓ ଉତର ଓଡ଼ିଶା ଅତିକ୍ରମ କରିବାର ସମ୍ଭାବନା ରହିଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୋମବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
Regional



