ଭୁବନେଶ୍ୱର, ୨୪ ଅଗଷ୍ଟ : - କମାଣ୍ଡର ରୋହିତ ଧନଖଡ ସୈନିକ ସ୍କୁଲ ଭୁବନେଶ୍ୱରର ୨୫ତମ ଉପାଧ୍ୟକ୍ଷ ଭାବେ ଯୋଗ ଦାନ କରିଛନ୍ତି । ତାଙ୍କର ସ୍ୱାଗତ ସମ୍ମାନାର୍ଥେ ସ୍କୁଲର ସମସ୍ତ କ୍ୟାଡେଟ ଓ ପୁରାତନ ଛାତ୍ରଙ୍କ ଦ୍ୱାରା ସ୍ୱାଗତ ସଭାର ଆୟୋଜନ କରାଯାଇଥିଲା । କମାଣ୍ଡର ଧନଖଡ ୨୦୧୩ ମସିହାରେ ଭାରତୀୟ ନୌସେନାରେ କମିଶନଣ୍ଡ୍ ପାହିଆରେ ଯୋଗଦାନ ପୂର୍ବକ ଶିକ୍ଷାଗତ ଟ୍ରେନିଙ୍ଗ୍, ଶାସନ ବିଭାଗ ଓ ଯୁଦ୍ଧ କୌଶଳ ବିଭାଗରେ ବିଭିନ୍ନ ଦାୟିତ୍ୱ ନିର୍ବାହ କରିଛନ୍ତି । ସେ ତାଙ୍କର ୧୩ବର୍ଷର ଅଭିଜ୍ଞତା ମଧ୍ୟରେ ମୁଖ୍ୟତଃ ଭାରତୀୟ ନୌସେନାରେ କାର୍ଯ୍ୟରତ ବିଭିନ୍ନ ଯୁଦ୍ଧ ଜାହାଜରେ ସେବା ପ୍ରଦାନ କରିଛନ୍ତି । ଏଥି ମଧ୍ୟରେ ଆଇ.ଏନ.ଏସ. କଦମ୍ବ ଓ ଆଇ.ଏନ.ଏସ. କରୱାର ରେ ସିନିୟର ଏଜୁକେସନ ଅଫିସର, ନୌସେନା ରିକ୍ରୁଟମେଂଟ୍ ଅଫିସର, ଅଫିସର ଇନ୍ଚାର୍ଜ ଅନ ଲାଇନ୍ ପରୀକ୍ଷା ସେହଟର, ମେରିଟାଇମ୍ ଲାଇବ୍ରେରୀ, ଭେଟେରାନ୍ ସେଇଲର୍ ଫୋରମ୍, ଅନଜାଦ୍ୱୀପ ଠାରେ ଏବଂ ଅନ୍ୟାନ୍ୟ ପଦପଦବୀରେ କାର୍ଯ୍ୟନିର୍ବାହ କରିଛନ୍ତି । ଏହାଛଡ଼ା କମାଣ୍ଡର ଧନଖଡ, ଆଇ.ଏନ୍.ଏସ୍. ସର୍ଦ୍ଦାର ପଟେଲ୍ (ପୋର ବନ୍ଦର), ଏଜୁକେସନ୍ ଅଫିସର ଆଇ.ଏନ୍.ଏସ୍. ମାଣ୍ଡୋଭି (ଗୋଆ), ଅଫିସର ଇନ୍ଚାର୍ଜ ସାଗର ପ୍ରହରୀ ବଳ, ଆଇ.ଏନ୍.ଏସ୍. ବାଜ୍ (ଗ୍ରେଟ୍ ନିକୋବର), ଡିଭିଜିନାଲ୍ କମାଣ୍ଡର ଆଇ.ଏନ୍.ଏସ୍. ଚିଲିକା (ଖୋର୍ଦ୍ଧା), ଗନେରୀ ଅଫିସର ଆଇ.ଏନ୍.ଏସ୍. କେଶରୀ (ପୋର୍ଟ ବ୍ଲେୟାର), ଠାରେ ମଧ୍ୟ ପ୍ରଶଂସନିୟ ସେବାଦାନ କରିଛନ୍ତି । ଏହାଛଡା କମାଣ୍ଡର ଧାଙ୍କର ଭାରତୀୟ ନୌସେନାରେ ବ୍ୟାଡମିଂଯନ୍, କ୍ରସକଂଟ୍ରି ଓ ସ୍ୱିମିଙ୍ଗ୍ରେ ନିଜର ଉଚ୍ଚକୌଶଳ ଓ ନୌପନ୍ୟତା ପାଇଁ ପୁରସ୍କୃତ ହୋଇଛନ୍ତି । ଆଶା କରାଯାଉଛି ଯେ କମାଣ୍ଡର୍ ଧନଖଡଙ୍କ ଉଚ୍ଚ ନେତୃତ୍ୟ ସ୍କୁଲର ଉତୋରତର ଉନ୍ନତି ନିମନ୍ତେ ସହାୟକ ହୋଇପାରିବ ।



