ଭୁବନେଶ୍ୱର, ୨୪ ଅଗଷ୍ଟ (ହି.ସ) - ଲଘୁଚାପ ପ୍ରଭାବରେ ରାଜ୍ୟର ୯ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି ବୋଲି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଲଘୁଚାପ ବର୍ଷା ଯୋଗୁଁ ବୈତରଣୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା, ସାଳନ୍ଦୀ ନଦୀରେ ଜଳ ସ୍ତର ବଢିଛି। ତେବେ ସନ୍ଧ୍ୟା ସୁଦ୍ଧା ଜଳସ୍ତର କମିବ। ବୈତରଣୀ ବେଶୀ କ୍ଷତି କରିଛି। ବୈତରଣୀ ଯୋଗୁଁ ବରୀ, ଆଳି ଓ ବିଞ୍ଝାରପୁର ଅଂଚଳ ଜଳବନ୍ଦୀ ରହିଛି। ସେହିପରି ବ୍ରାହ୍ମଣୀ ସତର୍କ ସଂକେତ ସ୍ତରରେ ପ୍ରବାହିତ ହେଉଛି। ରେଙ୍ଗାଲିରୁ ନିୟନ୍ତ୍ରଣ କରାଯାଉଛି। ଅନ୍ୟପକ୍ଷରେ ସୁବର୍ଣ୍ଣରେଖା ସତର୍କ ସଂକେତ ତଳେ ଜଳ ପ୍ରବାହିତ ହେଉଛି। ବର୍ଷା ଦୁଇ ତିନି ଦିନ ଛାଡ଼ିଲେ ତଳ ମୁଣ୍ଡରେ ଜଳ ଖସିବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା
Regional



