ବଲାଙ୍ଗୀର, ୨୪ ଅଗଷ୍ଟ(ହି.ସ.) – ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର। ଏଥିପାଇଁ ଚଳଚଂଚଳ ହୋଇଉଠିଛି ବଲାଙ୍ଗୀର ବିଭିନ୍ନ ଶୈବ ପୀଠ ଚଳଚଂଚଳ ହୋଇଉଠିଛି ଭକ୍ତଙ୍କ ଲମ୍ବାଧାଡ଼ିରେ ହର ହର ମହାଦେବ ନାରା ଦେଇ ଶୃଙ୍ଖଳିତ ଭବରେ ଜଳ ବେଲପତ୍ର କ୍ଷୀର ଇତ୍ୟାଦି ମହାପ୍ରଭୁ ଭୋଲେ ଶଙ୍କରଙ୍କୁ ଚଢ଼ାଇ ତାଙ୍କର ଆଶୀର୍ବାଦ ନେଇଛନ୍ତି।
କଅଗାଁର ପ୍ରସିଦ୍ଧ ଶୈବପୀଠ ଶ୍ରୀ ବାବା ଧବଳେଶ୍ୱରଙ୍କ ମନ୍ଦିର। ଆଜି ଭୋର୍ ଭୋର୍ ମନ୍ଦିରରେ ଭକ୍ତଙ୍କ ଲମ୍ବା ଧାଡ଼ି ଲାଗିଥିବାବେଳେ ‘ହରହର ମହାଦେବ’ ଧ୍ୱନିରେ ପ୍ରକମ୍ପିତ ହୋଇଛି ପରିବେଶ। ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ଧବଳେଶ୍ୱରଙ୍କ ଦର୍ଶନ କରିବା ସହ ଜଳାଭିଷେକ ଓ ପୂଜାର୍ଚ୍ଚନା କରିଛନ୍ତି। ଶ୍ରାବଣର ଶେଷ ସୋମବାର ହୋଇଥିବାରୁ ଭକ୍ତଙ୍କ ଭିଡ଼ ବେଶ୍ ଅଧିକ ରହିଛି। ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପରିସରରେ ବ୍ୟବସ୍ଥା କରାଯାଇଛି। ଭକ୍ତି ଓ ଆଧ୍ୟାତ୍ମିକତାରେ ମୁଖରିତ ହୋଇଛି ଧବଳେଶ୍ୱର ପୀଠ। ଶ୍ରାବଣର ଶେଷ ସୋମବାରରେ ବାବା ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଛୁଟିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ଆଜି ଶେଷ ସୋମବାରରେ ବିଭିନ୍ନ ଶିବ ମନ୍ଦିରରେ କାଉଡ଼ିଆ ଓ ଭକ୍ତମାନଙ୍କୁ ଅନ୍ନ ପ୍ରାସାଦ ବିତରଣ ହୋଇଥିଲା ପ୍ରାୟ ସମସ୍ତ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ବ୍ୟବସ୍ଥା ଦ୍ୱାରା। ଧାଡ଼ି ଲଗାଇ ପ୍ରାସାଦ ଗ୍ରହଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ



