ରାଜ୍ୟ ସରକାର ପୁର୍ନବାସ ନୀତି ୨୦୨୬ କୁ ମୋହର ମାରିବା ପରେ ଆଇନ ମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ମିଳିତ କର୍ମଚାରୀ ସଂଘ । ନିକଟରେ
ଅସହାୟ ଲୋକଙ୍କ ପାଇଁ ରାଜ୍ୟ ସରକାର ପୁର୍ନବାସ ନୀତି ୨୦୨୦ କୁ ସଂଶୋଧନ କରି ନୂଆ ନୀତି ୨୦୨୬ କୁ ଅନୁମୋଦନ ଦେଇଛନ୍ତି । ଯାହା ଦ୍ୱାରା ସରକାରୀ ଚାକିରି କରିଥିବା ପରିବାରର ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଚାଲିଗଲେ ଆଉ ପରିବାର ହଇରାଣ ହେବେ ନାହିଁ । ଯେଉଁ ସବୁ ସ୍ଥାନରେ ପଦବୀ ଖାଲି ଅଛି ସେହି ସବୁ ସ୍ଥାନରେ ସେମାନଙ୍କୁ ନିୟୋଜିତ କରାଯିବ । ଯେଉଁମାନେ ପୁର୍ନବାସ ପାଇବା ପାଇଁ ଯୋଗ୍ୟ ଥିବେ ସେମାନଙ୍କୁ ନିୟୋଜିତ କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।
Regional


