ଜୟପୁର, ୨୪ ଅଗଷ୍ଟ (ହି.ସ.) - ଜୟପୁର ପୌରପାଳିକା ଡମ୍ପିଂୟାର୍ଡକୁ ନେଇ ଦେଖାଯାଉଛି ସମସ୍ୟା । ଜୟପୁର ସହର ନିକଟ ମକାପୁଟ ଠାରେ ୬ ଏକର ଜମିରେ ହୋଇଛି ଡମ୍ପି ୟାର୍ଡ଼ । ମକାପୁଟ ବାଳିକା ସେବାଶ୍ରମର ୫୦ ମିଟର ଦୂରରେ ଆବର୍ଜନା ଗଦା ହେଉଥିବାରୁ ଦୁର୍ଗନ୍ଧରେ ରହିପାରୁ ନାହାନ୍ତି ବାଳିକା ସେବାଶ୍ରମର ଛାତ୍ରୀ । ଏଠାରେ ପାଠ ପଢୁଛନ୍ତି ୨୫୦ ଛାତ୍ରୀ । ଆବର୍ଜନା ଯୋଗୁଁ ସଂକ୍ରମଣ ହେବା ଆଶଂକା ଦେଖାଦେଇଛି । ସହର ସଫେଇ ଦାୟିତ୍ୱ ନେଇଥିବା ସଂସ୍ଥା ଗ୍ରୀନ୍ ଟ୍ରିବ୍ୟୁନାଲ୍ଙ୍କ ନିର୍ଦ୍ଦେଶକୁ ମାନୁ ନଥିବା ଅଭିଯୋଗ ହୋଇଛି ।
ନୂତନ ଜାତୀୟ ରାଜପଥ ଆଡକୁ ମାଡି ଆସୁଛି କୂଢକୂଢ ଅଳିଆ । ବର୍ତମାନ ଏହି ଡମ୍ପଙ୍ଗୀ ୟାର୍ଡ ର ଅଳିଆ ଦୁର୍ଗନ୍ଧ ରେ ନାକେଦମ ନିକଟରେ ଥିବା ମକାପୁଟ ସେବାଶ୍ରମ ର ଛାତ୍ରଛାତ୍ରୀ ଜ୍ଝ ସହର ର ସମସ୍ତ ଅଳିଆ କୁ ଏଠାରେ ପକାଇ ସେଥିରୁ ଜୈବିକ ଖତ ପ୍ରସ୍ତୁତ କରିବା ପାଇଁ କରାଯାଇଥିଲା ଏହି ମୋ ଖତ ପ୍ରସ୍ତୁତି କେନ୍ଦ୍ର । ସବୁଠାରୁ ବଡକଥା ଖତ କେନ୍ଦ୍ର ରେ ଖତ ପ୍ରସ୍ତୁତ ତ ହେଲା ସତ ହେଲେ ସେଠାରୁ ବାହାରୁଥିବା ଦୁର୍ଗନ୍ଧ ରେ ଏବେ ବେହାଲ ନିକଟସ୍ଥ ସ୍କୁଲ ର ଛାତ୍ର ଛାତ୍ରୀ ଙ୍କ ସମେତ ବସବାସ କରୁଥିବା ସହର ବାସୀ । ଖାଲି ସେତିକି ନୁହେ ବର୍ତମାନ ଏହି ଖତ ସଂଗ୍ରହ କେନ୍ଦ୍ର ର ସୁରକ୍ଷା ପାଚେରି ଭି ଭାଙ୍ଗି ଯିବାରୁ ବର୍ତମାନ ଗୃହ ପାଳିତ ପଶୁ ଭି ସେହି ଭିତର କୁ ଯାଇ ପଚାଷଢା ଖାଦ୍ୟ ଖାଉଛନ୍ତି ଯାହା ବର୍ତମାନ ସେମାନ ଙ୍କ ଜୀବନ କୁ ଭି ବିପଦ ରେ ପକାଇଛି । ତା ସହିତ ମୋ ଖତ ପ୍ରସ୍ତୁତି କେନ୍ଦ୍ର ରେ ଚିତବିନୋଦନ ପାଇଁ ଏକ ପାର୍କ ଭି କରା ଯାଇଛି କିନ୍ତୁ ଏଠି ପ୍ରଶ୍ନ ଉଠୁଛ ଦୁର୍ଗନ୍ଧ ଲାଗି ଯୋଊଠି ଲୋକମାନେ ଏକ ମିନଟ ଭି ଠିଆ ହୋଇ ପାରୁ ନାହାନ୍ତି ଶେଠୀ ପାର୍କ ର ପରି କଳ୍ପନା କାହା ସ୍ୱାର୍ଥ ରେ । ବର୍ତମାନ ସ୍ଥାନୀୟ ବାସିନ୍ଦା ମାନେ ଦାବି କରିଛନ୍ତି କି ଆଗାମୀ ଦିନରେ ଏହି ମୋ ଖତ କେନ୍ଦ୍ର କୁ ତୁରନ୍ତ ସେଠାରୁ ସ୍ଥାନାନ୍ତରିତ କରି ସହର ଓ ଜନ ବସତି ଠାରୁ ଦୂର ରେ କରାଯାଉ ବୋଲି ଦାବି କରିଛନ୍ତି ।
ଅନ୍ୟପଟେ ଏହି ସମସ୍ୟା କୁ ନେଇ ଅଧିକାଂଶ ହଟହଟା ହେଉଛନ୍ତି ପାଖକୁ ଲାଗି ରହିଥିବା ସେବାଶ୍ରମ ବିଦ୍ୟାଳୟ ର ପ୍ରାୟ ୨୫୦ ରୁ ଅଧିକା ଛାତ୍ରଛାତ୍ରୀ । ଏହି ଘଟଣା କୁ ନେଇ ପୌର ଅଧକ୍ଷକୁ ପଚାରିବାରୁ ସେ କହିଛନ୍ତି ପୂର୍ବରୁ ଡମ୍ପଙ୍ଗ ୱାର୍ଡ ପାଇଁ ୬ ଏକର ଜମି ରହିଥିବା ବେଳେ ଜାତୀୟ ରାଜ ପଥ ଯିବାରୁ ବର୍ତମାନ ତାହା କମି ଯାଇ ୪ ଏକର ରେ ପହଂଚିଛି । ବର୍ତମାନ ନୂତନ ସ୍ଥାନ ପାଇଁ ପ୍ରଶାସନିକ ସ୍ତର ରେ ଚାଲିଛି ମୋ ଖତକେନ୍ଦ୍ର ପାଇଁ ସ୍ଥାନ ନିରୂପଣ ପ୍ରକ୍ରିୟ ଓ ଅତି ଶୀଘ୍ର ଏହାକୁ ନୂଆ ସ୍ଥାନ ରେ ନିର୍ମାଣ କରାଯିବ ଜ୍ଝତା ସହିତ ସ୍ଥାନୀୟ ବାସିନ୍ଦା ମାନେ ଗାଈ ଗୋରୁ କୁ ଖୋଲାରେ ଛାଡିବା ଦ୍ୱାରା ଦୁର୍ଘଟଣା ଭି ହେଉଛି ଓ ପଶୁ ଜନ୍ତୁ ମାନେ ବାହାର ପଲଥିନ ଭି ଖାଉଛନ୍ତି ଯାହା ଫଳରେ ବିପଦ ହେଉଛି । ବର୍ତମାନ ଡମ୍ପିଂୟାର୍ଡ ଚାରିପାଖେ କାମଚଳା ବାଉଣ୍ଡରି କରିବାକୁ ଯୋଜନା ଓ ତା ସହିତ ଯୋଉ ମଇଳା ରାସ୍ତା କୁ ଆସୁଥିଲା ବର୍ତମାନ ତାହା ଆଉ ରାସ୍ତା କୁ ନ ଆସିବା ପାଇଁ ଜେସିବି ଭି ଲଗା ଯାଇଥିବା କଥା କହିଛନ୍ତି ଜୟପୁର ଉପ ଜିଲ୍ଲାପାଳ ଅକା ବରମ ଶାଶ୍ୟ ରେଡ଼ି । ତେଣୁ ପୌର ପ୍ରଶାସନ ତୁରନ୍ତ ଡମ୍ପି ୟାର୍ଡ଼ କୁ ଅନତ୍ର କୁ ସ୍ଥାନାନ୍ତର କରିବାକୁ ଦାବି ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି



