କେନ୍ଦୁଝର, 24 ଅଗଷ୍ଟ: ହେଲ୍ପ ଡେସ୍କରେ ପୁନଃ ନିଯୁକ୍ତି ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦେଲେ ଛଟେଇ ହୋଇଥିବା କର୍ମଚାରୀ। ପୁନଃ ନିଯୁକ୍ତି ନଦେଲେ ଆଗାମୀ ଦିନରେ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଛନ୍ତି ଛଟେଇ କର୍ମଚାରୀ।
୨୦୧୯ କରୋନା ମହାମାରୀ ସମୟରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ମିତ୍ର ନିଯୁକ୍ତି ହେଇଥିଲେ। କିନ୍ତୁ ୨୦୨୫ ପରେ ସମସ୍ତ ସ୍ୱାସ୍ଥ୍ୟ ମିତ୍ର କର୍ମଚାରୀ ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଛଟେଇ କରାଯାଇଛି। ଗତ କିଛି ମାସ ପୁର୍ବରୁ ଜିଲାପାଳଙ୍କ କାର୍ଯ୍ୟାଳରେ ସମ୍ମୁଖରେ ଗଣ ଧାରଣା ଦେଇଥିଲେ ସମସ୍ତ ଛଟେଇ ହେଲ୍ପ ଡେସ୍କରେ କାର୍ଯ୍ୟ କରୁଥିବା କର୍ମଚାରୀ । ପରିସ୍ଥିତି ଅଣାୟତ୍ତ ଦେଖି ଜିଲ୍ଲାପାଳ ଛଅ ମାସ ମଧ୍ୟରେ ପୁନଃ ନିଯୁକ୍ତି ପ୍ରତିଶ୍ରୁତି ପରେ ଧାରଣା ହଟିଥିଲା। କିନ୍ତୁ ଉକ୍ତ ପ୍ରତିଶ୍ରୁତିର ଛଅ ମାସ ବିତି ଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ନିଦା ବିଷ୍ଣୁ ସାଜିଥିବା ଅଭିଯୋଗ କରିଛନ୍ତି ଧାରଣାରତ ଛଟେଇ କର୍ମଚାରୀ। ଚାରି ଦଫା ଦାବି ନେଇ ଗଣ ଧାରଣା ଆରମ୍ଭ କରିଛନ୍ତି ସମସ୍ତ ଛଟେଇ କର୍ମଚାରୀ। ଥାଳି ତାଟିଆ ବଜାଇ ପ୍ରତିଶ୍ରୁତି ଦେଇ ପାଳନ କରୁନଥିବା ଜିଲ୍ଲାପାଳଙ୍କୁ ସଜାଗ କରାଇବାକୁ ଚେଷ୍ଟା ଚଳାଇଛନ୍ତି ସମସ୍ତ କର୍ମଚାରୀ। ଛଟେଇ ହୋଇଥିବା ସମସ୍ତ କର୍ମଚାରୀ ମାନଙ୍କ ପୁନଃ ନିଯୁକ୍ତି ଦାବୀ, ସ୍ୱାସ୍ଥ୍ୟ ମିତ୍ର ମାନଙ୍କୁ କେଉଁ କାରଣରୁ ଛଟେଇ କରାଯାଉଅଛି, ଠିକ୍ ସମୟରେ ବେତନ ପ୍ରାପ୍ତ ଓ ଇପିଏଫ୍, ଇଏସଆଇ ଦିଆ ନଯିବା ନେଇ ଆଜି ଠାରୁ ଅନିର୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ କୁ ଓହ୍ଲାଇ ଛନ୍ତି କର୍ମଚାରି। ଜିଲ୍ଲାପାଳ ଦାବୀ ନମାନିଲେ ଆମରଣ ଅନଶନ ନହେଲେ ଆତ୍ମହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଲନରତ ଛଟେଇ କର୍ମଚାରି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିକ୍ରିୟା ମିଳି ପାରିନାହିଁ।(HS)



