ନୂଆପଡ଼ା,୨୪ ଅଗଷ୍ଟ (ହି.ସ.) - ଭାରତୀୟ ଜନତା ପାର୍ଟି ଖଡ଼ିଆଳ ରିଷିପିଟି ମଣ୍ଡଳ ଅନ୍ତର୍ଗତ ବଡ଼ଦୋହେଲ ଶକ୍ତି କେନ୍ଦ୍ରର ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳର ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତୀ ଯୋଗଦେଇ ଶକ୍ତି କେନ୍ଦ୍ର ଅନ୍ତର୍ଗତ ବୁଥ୍ ସଭାପତି, ସମ୍ପାଦକ ଓ ବିଏଲଏ ୨ ଙ୍କୁ ସାଙ୍ଗଠନିକ କାର୍ଯ୍ୟ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ।
ଏହି ଅବସରରେ ବଡ଼ଦୋହେଲର ପୂର୍ବତନ ସରପଞ୍ଚ ଲୟା ବାଗ ଓ ରେଖା ଦର୍ଜୀ ବିଜେପିର ନୀତି, ଆଦର୍ଶ ଓ ରାଷ୍ଟ୍ରବାଦୀ ବିଚାରଧାରାରେ ଅନୁପ୍ରାଣିତ ହୋଇ ଦଳରେ ବିଧିବଦ୍ଧ ଭାବେ ଯୋଗ ଦେଇଥିଲେ। ବୈଠକରେ ରିଷିପିଟି ମଣ୍ଡଳ ସଭାପତି ସୁଶାନ୍ତ କୁମାର ବିଶି, ସୁନ୍ଦର ମଣ୍ଡଳ ସଭାପତି ରତ୍ନାକର ହଂସ, ଜିଲ୍ଲା ଉପସଭାପତି ରାତ୍ରନନ୍ଦ ମନହିଁରା, ରିଷିପିଟି ମଣ୍ଡଳ ପ୍ରଭାରୀ ତଥା ପୂର୍ବତନ ମଣ୍ଡଳ ସଭାପତି ପ୍ରଶାନ୍ତ ଦାସ, ଜୋନ୍ ନମ୍ବର ୬ ଜିଲ୍ଲା ପରିଷଦ ସଭ୍ୟ ମାଲ୍ୟବନ୍ତ ସୁନା, ମଣ୍ଡଳ ଉପସଭାପତି ଚୁଳଚୁଳ ଗହୀର, ବିଦ୍ୟାଧର ମହାପାତ୍ର, ମଣ୍ଡଳ ସମ୍ପାଦକ ତଥା ବଡ଼ଦୋହେଲ ଶକ୍ତି କେନ୍ଦ୍ର ପ୍ରଭାରୀ ଉଦୟ ସିଂ ବାବୁଙ୍କ ସମେତ ଅନ୍ୟ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ପ୍ରେମ ମାଝୀ, ମଙ୍ଗଳ ମାଝୀ, ସମ୍ବିତ ମହାନ୍ତି, ବିନୋଦ ସାହୁ, ମକଡ଼ ସାହୁ, ଜଳଧର ତାଣ୍ଡି, ଉମାକାନ୍ତ ସଗରିଆ ଓ ଶକ୍ତି କେନ୍ଦ୍ର ସଭାପତି ମନୋଜ କୁମାର ଗହୀରଙ୍କ ସମେତ ଶକ୍ତି କେନ୍ଦ୍ରର ବିଭିନ୍ନ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ନବାଗତ ଦୁଇ ମହିଳାଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇଥିଲେ। ନବାଗତ ଦୁଇ ମହିଳା ଦଳକୁ ତୃଣମୂଳ ସ୍ତରରେ ଆହୁରି ସଶକ୍ତ ଓ ସୁଦୃଢ଼ କରିବା ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବେ ବୋଲି ସଂକଳ୍ପ ନେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ



