ଭୁବନେଶ୍ୱର, 20 ଅଗଷ୍ଟ (ହି.ସ.)- ଅକ୍ଷୟ ଊର୍ଜା
ଦିବସରେ ନବୀକରଣଯୋଗ୍ୟ ଶକ୍ତି ଉତ୍ସକୁ ପ୍ରୋତ୍ସାହିତ କରିବାକୁ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ
ଅପିଲ କରିଛନ୍ତି ।
ଏନେଇ ସୋସିଆଲ ମିଡିଆ
ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଶକ୍ତି କେବଳ ଆମର ବର୍ତ୍ତମାନକୁ ସଶକ୍ତ କରିବା
ପାଇଁ ନୁହେଁ ଆମେ ଆଗାମୀ ପିଢ଼ି ପାଇଁ କେମିତି ଏକ ବିଶ୍ୱ ଛାଡ଼ିଯିବା, ତାହାକୁ
ମଧ୍ୟ ଗଢ଼ି ତୋଳିବାର ଏକ ମାଧ୍ୟମ।
ଅକ୍ଷୟ ଊର୍ଜା ଦିବସ ଅବସରରେ, ଆସନ୍ତୁ
ଆମେ ସ୍ୱଚ୍ଛ ଓ ନବୀକରଣଯୋଗ୍ୟ ଶକ୍ତି ଉତ୍ସକୁ ପ୍ରୋତ୍ସାହିତ କରିବା, ଯାହା ଆମ
ପରିବେଶକୁ ସୁରକ୍ଷିତ ରଖିବା ସହିତ ଆଗାମୀ ପିଢ଼ି ପାଇଁ ନିରନ୍ତର ଆର୍ଥିକ ବିକାଶର ମାର୍ଗ
ପ୍ରଶସ୍ତ କରିପାରିବ।
ସେ କହିଛନ୍ତି ଯେ, ସୌର
ଶକ୍ତି, ପବନ
ଶକ୍ତି, ବାୟୋମାସ୍
ଏବଂ ଅନ୍ୟାନ୍ୟ ନବୀକରଣଯୋଗ୍ୟ ଶକ୍ତି ସମ୍ପଦରେ ଓଡ଼ିଶାର ଅପାର ସମ୍ଭାବନା ରହିଛି। ଏକ ସ୍ୱଚ୍ଛ, ଶକ୍ତିଶାଳୀ
ଓ ଶକ୍ତି-ସୁରକ୍ଷିତ ଭବିଷ୍ୟତ ଦିଗରେ ଆମର ଯାତ୍ରା ଆଜି ଆମେ ନେଉଥିବା ପସନ୍ଦରୁ ହିଁ ଆରମ୍ଭ
ହୁଏ। ସ୍ଥାୟୀ ଭାବେ ପ୍ରଗତିକୁ ଶକ୍ତି ଯୋଗାଇବାକୁ ଅପିଏ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


