କେନ୍ଦୁଝର - ଆଉ ଜଣେ ଓଡ଼ିଆ ଜୁଆଙ୍ଗ ଯୁବତୀଙ୍କ ମୃତ୍ୟୁ, ମୃତକା ଜଣକ ହେଲେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବରେଇଗୋଡା ପଞ୍ଚାୟତ ରେବଣା (ଖ) ଗ୍ରାମର ପାଣୁଆ ଜୁଆଙ୍ଗଙ୍କ ଝିଅ ରୋହଣୀ ଜୁଆଙ୍ଗ ବୋଲି ଜଣାପଡ଼ିଛି ଜିଲ୍ଲା ଶ୍ରମ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି। ଗତକାଲି ମଧ୍ୟ ରାତିରେ ରୋହଣୀଙ୍କ ମୃତ ଶରୀର ଗ୍ରାମରେ ପହଞ୍ଚିଛି । ଏହି ମୃତ୍ୟୁପରେ କେନ୍ଦୁଝର ଜିଲ୍ଲାରେ ସଂଖ୍ୟା ୧୪ ଛୁଇଁଥିବା ବେଳେ ରାଜ୍ୟରେ ସଂଖ୍ୟା ୧୫ ହୋଇଛି। ସେପଟେ ଗତକାଲି ତାମିଲନାଡ଼ୁ ରୁ ଆଉ ୯ ଶ୍ରମିକ ଫେରିଥିବା ବେଳେ ୮ ଟି ଥାନାରେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ପକ୍ଷରୁ କେସ ରୁଜୁ ହୋଇଥିଲା। ଏହାପରେ ତେଲକୋଇ ଥାନା ପକ୍ଷରୁ ୨୦୧/୨.୭.୨୬ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହେଇଥିବା ଜଣାପଡିଛି।






