ଭୁବନେଶ୍ୱର, 24 ଅଗଷ୍ଟ
(ହି.ସ) ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ୩ କୋଟିରୁ ଅଧିକ ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗରେ
ଗିରଫ ପରେ ଆୟ ବହିର୍ଭୁତ ସଂପତି ଠୁଳ କରିବା ଦିଗରୁ ତଦନ୍ତ କରାଯାଇ ତିର୍ତ୍ତୋଲ ବ୍ଲକର ପୂର୍ବତନ
ଏସ୍ଆର୍ଏ ଭଞ୍ଜ କିଶୋର ବେହେରାଙ୍କ ୬ଟି ସ୍ଥାନରେ ଚଢ଼ାଉ କରାଯାଇଛି ।
ଆଜିକଟକ ଭିଜିଲାନ୍ସ ଥାନା କେସ୍ ନଂ- ୩୦/୨୦୨୬, ଦୁର୍ନୀତି ନିବାରଣ ଆଇନ, ୨୦୧୮ ଅନୁଯାୟୀ ରୁଜୁ ମାମଲାର ପରିପ୍ରେକ୍ଷୀରେ ଓଡ଼ିଶା ଭିଜିଲାନ୍ସ
ପକ୍ଷରୁ ଭଞ୍ଜ କିଶୋର ବେହେରାଙ୍କ ସହ ସମ୍ପର୍କିତ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି।
ଶ୍ରୀ ବେହେରା ତିର୍ତ୍ତୋଲ ବ୍ଲକର ପୂର୍ବତନ ଏସ୍ଆର୍ଏ ଥିବାବେଳେ ବର୍ତ୍ତମାନ ଜଗତସିଂହପୁର
ଜିଲ୍ଲା ନାଉଗାଁ ତହସିଲରେ ଏସ୍ଆର୍ଏ ଭାବେ କାର୍ଯ୍ୟରତ ଅଛନ୍ତି। ୩ କୋଟିରୁ ଅଧିକ ଟଙ୍କାର
ବିପୁଳ ସରକାରୀ ଅର୍ଥ ହେରଫେରରେ ତାଙ୍କର ସମ୍ପୃକ୍ତି ଥିବା ଅଭିଯୋଗ ରହିଛି।
ଜଗତସିଂହପୁର ଜିଲ୍ଲା, ରଘୁନାଥପୁର ଥାନା ଅନ୍ତର୍ଗତ ପାଟେଣିଗାଁରେ ପ୍ରାୟ ୭,୦୦୦ ବର୍ଗଫୁଟ ଅଞ୍ଚଳରେ ନିର୍ମିତ ଏକ ଦୁଇ ମହଲା ଆବାସିକ କୋଠା, ଜଗତସିଂହପୁର ଜିଲ୍ଲା, ରଘୁନାଥପୁର ଥାନା ଅନ୍ତର୍ଗତ ପାଟେଣିଗାଁରେ ପ୍ରାୟ ୪,୦୦୦ ବର୍ଗଫୁଟ ଅଞ୍ଚଳରେ ଥିବା ଏକ ଟେଣ୍ଟ ହାଉସ୍, ପାଟେଣିଗାଁରେ
ପ୍ରାୟ ୩,୦୦୦ ବର୍ଗଫୁଟ ଅଞ୍ଚଳରେ ଥିବା ଅନ୍ୟ ଏକ ଦୁଇ ମହଲା କୋଠା, ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲ କାର୍ଯ୍ୟାଳୟରେ
ଅବସ୍ଥିତ ଅଭିଯୁକ୍ତ ଶ୍ରୀ ବେହେରାଙ୍କ କାର୍ଯ୍ୟାଳୟ, ଜଗତସିଂହପୁର ଜିଲ୍ଲା ଟିର୍ତ୍ତୋଲ ବିଡିଓ
କାର୍ଯ୍ୟାଳୟରେ ତାଙ୍କର ପୂର୍ବତନ କାର୍ଯ୍ୟସ୍ଥଳ ଏବଂ ଜଗତସିଂହପୁର ଜିଲ୍ଲା, ରଘୁନାଥପୁର ଥାନା ଅନ୍ତର୍ଗତ ସାନକୋରକୋରା ଗ୍ରାମରେ ଥିବା ତାଙ୍କ ଜଣେ
ସମ୍ପର୍କୀୟଙ୍କ ଘରେ ଚଢ଼ାଉ ଜାରି ରହିଛି।
.....
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


