କନକ ବ୍ୟୁରୋ : ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳଙ୍କ ବାସଭବନରେ ବିଜେଡି କର୍ପୋରେଟରଙ୍କ ମେଳି। ବିଜେଡିରୁ ନିଲମ୍ବନ ପରେ ସୌଭିକଙ୍କର ବିଭିନ୍ନ ସ୍ଥାନରେ କୁଶ ପୁତ୍ତଳିକା ଦାହ କରାଯାଇଥିଲା। ଏହାକୁ ଚୌଦ୍ବାର-କଟକ ନିର୍ବାଚନ ମଣ୍ଡଳୀର ବିଜେଡି କର୍ପୋରେଟରମାନେ ତୀବ୍ର ବିରୋଧ କରିଛନ୍ତି। ଆଉ ଏହାରି ଭିତରେ ବିଧାୟକଙ୍କ ଘରେ କର୍ପୋରେଟର ମେଳି ହେବା, କଟକ ରାଜନୀତିକୁ ରୋଚକ କରିଛି। ନିର୍ବାଚନ ମଣ୍ଡଳୀର ୧୨ କର୍ପୋରେଟର ବିଧାୟକଙ୍କ ଘରେ ଆଲୋଚନା କରିଛନ୍ତି। କର୍ପୋରେଟର ପ୍ରଦୀପ୍ତ ଖୁଣ୍ଟିଆ, ଦମୟନ୍ତୀ ମାଝୀ, ଅରବିନ୍ଦ ଜେନା, ସୌଭାଗିନୀ ଜେନା, ବିଶ୍ବବନ୍ଦିତା ପଣ୍ଡା, ପଦ୍ମିନୀ ସାହୁ, ସୁବ୍ରତ ଘଡେଇ, ମଧୁସ୍ମିତା ବାରିକ, ପ୍ରଦୀପ ସାହୁ, ତାପସ ରଞ୍ଜନ ସାମନ୍ତରାୟ, ପ୍ରମିଳା ମହାନ୍ତି ଉପସ୍ଥିତ ଥିଲେ। ଚର୍ଚ୍ଚା ହେଉଛି, ଆସନ୍ତାକାଲି ବିଜେଡିର ୧୨ କର୍ପୋରେଟର ଦଳ ଛାଡ଼ିପାରନ୍ତି। ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିଲେ ସୌଭିକ। ଏହାକୁ ନେଇ ସୌଭିକଙ୍କ ଉପରେ ଆକ୍ସନ ନେଇ ଦଳରୁ ସସପେଣ୍ଡ କରାଯାଇଥିଲା।


