ଭୁବନେଶ୍ୱର, 14 ଜୁଲାଇ - ପୁରୀ ଆସିବା ପୂର୍ବରୁ ଭଲ ଭାବେ ଟ୍ରାଫିକ ନିର୍ଦ୍ଦେଶାବଳୀ ଅନୁଧ୍ୟାନ କରିବାକୁ ରଥଯାତ୍ରା ପରିଚାଳନା ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି । ସେ କହିଛନ୍ତି ଯେ, ପୁରୀ ଆସିବା ପୂର୍ବରୁ ଭଲ ଭାବେ ଟ୍ରାଫିକ ନିର୍ଦ୍ଦେଶାବଳୀ ଅନୁଧ୍ୟାନ କରନ୍ତୁ । ବିଶେଷକରି ଭୁବନେଶ୍ବର ପଟୁ ଆସୁଥିବା ଶ୍ରଦ୍ଧାଳୁ ଏହାକୁ ଅନୁଧ୍ୟାନ କରନ୍ତୁ । ଆଜି ସନ୍ଧ୍ୟାରୁ ୬୫ଟି ସ୍ଥାନରେ ଏଲଇଡିରେ ସୂଚନା ଜାରି ହେବ । ବୀର ହରେକୃଷ୍ଣପୁର ରାସ୍ତା ମରାମତି ଶେଷ ପର୍ଯ୍ୟାୟରେ, ଯାତାୟାତ ହେବ । ମାଟିଆପଡ଼ା ରେଲୱେ ଓଭର ବ୍ରିଜ୍ ମରାମତି ସୁନାବେଶ ବେଳକୁ ସରିଯିବ ।




