ଅନଗୁଳ ଜିଲ୍ଲା ପାଲଲହଡା ବ୍ଲକରେ ମନରେଗା ମାଧ୍ୟମରେ ଅନେକ ଦୁର୍ନୀତି ହଉଥିବା ଖବର ବାରମ୍ବାର ସାମ୍ନାକୁ ଆସୁଛି । ହେଲେ ବ୍ଲକ ପ୍ରଶାସନ ସର୍ବଦା ନିରବ ଦ୍ରଷ୍ଟା ସାଜି ଥିବା ଅଭିଯୋଗ ହଉଛି । ଏବେ ଏମିତି କିଛି ଅଭିଯୋଗ ଆସିଛି ପାଲଲହଡା ବ୍ଲକ ପବିତ୍ରପୁର ପଂଚାୟତ ବଡ଼ବାଗଦାରୀ ଗାଁରୁ ।
ଏହି ପଂଚାୟତରେ ଅନେକ ନିର୍ମାଣ ଧୀନ ମନରେଗା ଅଧୀନରେ ହୋଇ ଥିବା ରାସ୍ତା ଏବେ ରେଙ୍ଗାଲି ବୁଡି ପ୍ରୋଜେକଟ ଅଂଚଳରେ ଥିବା ବେଳେ ରାସ୍ତାରେ ସ୍ୱଳ୍ପ ମାଟି ଓ ମୋରୁମ ପକାଇ ଲକ୍ଷ ଲକ୍ଷ ଟଙ୍କା ହଡପ ହୋଇ ଥିବା ନଜିର ସାମନାକୁ ଆସିଛି, ଯାହାର RTI ତଥ୍ୟ ଖୋଲି ଦେଇଛି ଗୁମର, ସୂଚନା ଅନୁସାରେ ବଡ଼ ବାଗଦାରୀ ଗାଁ ର ଯୁବକ ସୁବାଶିଷ ସାହୁଙ୍କ ଅଭିଯୋଗ ଆଧାରରେ ଚଳିତ 2025 ଓ 2026 ମସିହା ଆର୍ଥିକ ବର୍ଷରେ 4 ଲକ୍ଷ 99 ହଜାର ଟଙ୍କା ବ୍ୟୟ ବରାଦରେ ମନରେଗା ଯୋଜନା ଅଧୀନରେ ସୌଭାଗ୍ୟ ନାୟକ ଘରଠାରୁ କ୍ରସ ବନ୍ଧ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରା ଯାଇଛି, ଯାହାର କୋଡ଼ ନମ୍ବର 2421007019/ RC / 10628925 ଅଟେ, ଏଥିରେ ସରକାରୀ ମନରେଗା ୱେବ ସାଇଟ ତଥ୍ୟ ଅନୁସାରେ ଶ୍ରମିକ ମାନଙ୍କୁ 4 ଲକ୍ଷ 2 ହଜାର ଟଙ୍କାଏଯାବତ ପେମେଂଟ ସରି ଥିବା ବେଳେ ମ୍ୟାଟେରିଆଲ ବାବଦକୁ 76 ହଜାର 263 ଟଙ୍କା ବିଲ୍ଲ ପାରିତ ହୋଇ ପେମେଣ୍ଟ ପାଇଁ ଏବେ ୱେବ ସାଇଟ ରେ ଅପଲୋଡ଼ ହୋଇ ସାରିଛି l
ତେବେ ସବୁଠାରୁ ଗୁରତ୍ତ୍ୱପୁର୍ଣ କଥା ହେଲା ନିର୍ମାଣ ଧୀନ ରାସ୍ତା ଟି ରେଙ୍ଗାଲି ବୁଡି ପ୍ରୋଜେକଟ ଭିତରେ ନିର୍ମାଣ ହୋଇଛି ଯାହା ସମ୍ପୂର୍ଣ ସରକାରୀ ନୀତି ନିୟମ କୁ ଉଲଂଘନ କରୁ ଥିବା ବେଳେ ସେହି ରାସ୍ତା ରେ ସ୍ୱଳ୍ପ ମାଟି ଓ ମୋରୁମ ବିଛାଇ କାମଟିକୁ ତରବରିଆ ଭାବେ ସାରି ସମସ୍ତ ବିଲକୁ ହଡପ କରିବାକୁ ପଛlଇ ନାହାନ୍ତି l ଆଉ ମଧ୍ୟ ଏହି ରାସ୍ତାରେ ବ୍ୟବହୃତ ହୋଇଥିବା ମୋଷ୍ଟର ରୋଲର ଶ୍ରମିକ ମାନେ ଅନେକ 60 ରୁ 80 ବର୍ଷ ଭିତରେ ଥିବା ବୃଦ୍ଧ ବୃଦ୍ଧା ଙ୍କୁ ସାମିଲ କରା ଯାଇଛି, ଏତଦ ବ୍ୟତୀତ କିଛି ଶ୍ରମିକ NTPC ଓ ରାଉରକେଲା ର ଘରୋଇ ପ୍ଲାଣ୍ଟରେ କାମ କରୁଥିବା ତଥ୍ୟରୁ ଜଣା ପଡିଛି, ମନରେଗା ମାଧ୍ୟମରେ ଶ୍ରମିକ ମାନେ ରାସ୍ତା ନିକଟରେ ଛିଡା ହୋଇ NMMS Aap(Nrega Mobile MonitaringSystem )ରେ ଫୋଟୋ ଉଠାଇବାର ବ୍ୟବସ୍ଥା ଥିବା ବେଳେ ନିୟୋଜିତ କର୍ମଚାରୀ ମାନେ ସମ୍ପୂର୍ଣ ଚଞ୍ଚକତା କରି ଶ୍ରମିକ ମାନେ ରାସ୍ତାକୁ ନ ଆସି ଲୋକଙ୍କ ଘରକୁ ଯାଇ ଫୋଟ ଉଠାଇ ଏଡିଟ କରି ମଧ୍ୟ ୱେବ ସାଇଟ ରେ ଫୋଟ ଅପଲୋଡ଼ କରୁଥିବା ବେଳେ ଠିକଦାର ଙ୍କ ଠାରୁ ତିନି ହଜାର ଟଙ୍କା ନେଉଥିବା ମଧ୍ୟ ଅଭିଯୋଗ ଆସିଛି ।
ଯଦି ଏ ସବୁ ଅଭିଯୋଗ ସତ୍ୟ ତେବେ ସଂଘୀତିକ, ଗୋଟିଏ ଭୁଲ କୁ ଲୁଚେଇବା କୁ ଯାଇ ପଂଚାୟତ ଅଧକାରୀ ଏଠି ଅନେକ ଭୁଲକୁ ଘଣ୍ଟ ଘୋଡାଇବାକୁ ପଛେଇ ନାହାନ୍ତି, ଗୋଟିଏ ପଟେ ରେଙ୍ଗାଲି ବୁଡି ପ୍ରୋଜେକଟ ଭିତରେ ଏହି ରାସ୍ତା ନିର୍ମାଣ କରା ଯାଇ ଚାରିଲକ୍ଷ ରୁ ଉର୍ଦ୍ଧ ଟଙ୍କା ବିଲ ଉଠା ସରି ଥିବା ବେଳେ ଅନ୍ୟ ପଟେ ବଡ଼ବାଗଦାରୀ ଗାଁ ର ସୁବାଶିଷ ନାୟକ ପଂଚାୟତକୁ ମାଗିଥିବା RTI ତଥ୍ୟରେ ବିଭ୍ରlନ୍ତି କର ତଥ୍ୟ ପ୍ରଦାନ କରା ଯାଇଛି, ଯାଉଥିରେ ଉଲେଖ ଅଛି କି ପଂଚାୟତ କାର୍ଯ୍ୟାଳୟରୁ ବର୍ତମାନ ସୁଦ୍ଧା ସେହି ରାସ୍ତାରେ କୌଣସି କାର୍ଯ୍ୟ କରା ଯାଇ ନାହଁ କି ଟଙ୍କା ଟିଏ ଖର୍ଚ୍ଚ କରା ଯାଇ ନାହିଁ l ଯାହା ଏବେ ତଦନ୍ତ ସାପେକ୍ଷ । ଏହାକୁ ନେଇ ଶିବାଶିଷ ନାୟକ ଅନଗୁଳ ଜିଲ୍ଲା ପାଳ ଙ୍କୁ ଭେଟି ଲିଖିତ ଅଭିଯୋଗ କରିବା ସହିତ ତଦନ୍ତ ଦାବି କରିଛନ୍ତି l
ସୂଚନା ଥାଉ କି ପବିତ୍ରପୁର ପଂଚାୟତରେ ମନରେଗା ମାଧ୍ୟମରେ ଅନେକ ରାସ୍ତା ରେଙ୍ଗାଲି ବୁଡି ପ୍ରୋଜେକଟ ଭିତରେ ନିର୍ମାଣ ହୋଇ ସମସ୍ତ ସରକାରୀ ଅର୍ଥ ଆତ୍ମସାତ ହଉଥିଲେ ସୁଦ୍ଧା ବ୍ଲକ ପ୍ରଶାସନ କିପରି ସବୁଜାଣି ନିଦାବିଷ୍ଣୁ ସାଜି ଛନ୍ତି ତାହା ଚକିତ କରୁଛି । ଯଦି ଏହାର ଭିଜିଲାନ୍ସ ସ୍ତରୀୟ ତଦନ୍ତ ହୁଏ ତେବେ ସମସ୍ତ ଦୁର୍ନୀତି ସାମନା କୁ ଆସିବ ବୋଲି ସାଧାରଣରେ ଦାବି ହୋଇଛି l




