ଅନୁଗୁଳ, ୧୩ ଜୁଲାଇ - ଅନୁଗୁଳ କୋର୍ଟକୁ ଆଜି ବୋମା ଧମକ ମିଳିଛି । ଇ-ମେଲ୍ ଯୋଗେ ଏହି ଧମକ ଆସିଥିବା ସୂଚନା ମିଳିଛି । ବୋମା ଧମକ ମିଳିବା ପରେ ପୋଲିସ ପକ୍ଷରୁ କୋର୍ଟ ପରିସରକୁ ତୁରନ୍ତ ଖାଲି କରାଯାଇଛି । ବମ୍ ସ୍କ୍ୱାଡ୍ ଓ ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ କରୁଛନ୍ତି । ଏସଡିପିଓ ଏବଂ ଅତିରିକ୍ତ ଏସପି ଘଟଣାର ତଦନ୍ତ କରୁଛନ୍ତି । ଅନୁଗୁଳ ଜିଲ୍ଲା ଜଜ୍ ନିରଞ୍ଜନ ପଣ୍ଡା ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହିତ ଯୋଗାଯୋଗ ମଧ୍ୟ କରିଥିଲେ । ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଂଚି ସ୍ଥିତିକୁ ନିୟନ୍ତ୍ରଣକୁ ନେଇଛନ୍ତି ।




