ଭୁବନେଶ୍ୱର, 13 ଜୁଲାଇ - ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଓସିସି ଲିମିଟେଡ୍ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସପଟ୍ଟାଙ୍କ ୭ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ଚଢ଼ାଉ କରିଛି । ପୂର୍ବତନ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ପି.ଏ., ଆଇଟିଡିଏ, କୋରାପୁଟ ଏବଂ ବର୍ତ୍ତମାନ ଓଡ଼ିଶା କନଷ୍ଟ୍ରକ୍ସନ୍ କର୍ପୋରେସନ୍ (ଓସିସି) ଲିମିଟେଡ୍, ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ସଞ୍ଜୟ କୁମାର କିସପଟ୍ଟାଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି (ଡିଏ) ଠୁଳ କରିଥିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି।
ଜୟପୁରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଅଦାଲତରୁ ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ୬ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୭ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ ୭ଟି ସ୍ଥାନରେ ତଲାସି କରୁଛନ୍ତି ।
କୋରାପୁଟ ଜିଲ୍ଲାର ଟିକ୍ରା ସାହି, ମୁତ୍ୟାଲୁ ମା' ମନ୍ଦିର ପଛପଟରେ ଥିବା ଶ୍ରୀ କିସପଟ୍ଟାଙ୍କ ଭଡ଼ା ଘର, କୋରାପୁଟ ସହରର କୁମ୍ଭା-୧ ମୌଜା, ଖାତା ନଂ-୧୨୫/୨୭୯୦, ପ୍ଲଟ୍ ନଂ-୭୧ ଉପରେ ନିର୍ମିତ ଚାରି ମହଲା ବିଶିଷ୍ଟ ବ୍ୟବସାୟିକ କୋଠା, କୋରାପୁଟର କୁମ୍ଭା-୨ ମୌଜାର ଖାତା ନଂ-୭୭, ପ୍ଲଟ୍ ନଂ-୫୩୪ (ସବ୍-ପ୍ଲଟ୍ ନଂ-୨୫) ଏବଂ ପ୍ଲଟ୍ ନଂ-୫୩୪ ସହ ଖାତା ନଂ-୧୪, ପ୍ଲଟ୍ ନଂ-୩୭୫ ଉପରେ ନିର୍ମାଣାଧୀନ ବାସଗୃହ, ସୁନ୍ଦରଗଡ଼ ଜିଲ୍ଲା, ଲହୁଣୀପଡ଼ା ଥାନା ଅନ୍ତର୍ଗତ ଲଟେଇମୁଣ୍ଡା ଗ୍ରାମରେ ଥିବା ତାଙ୍କ ପୈତୃକ ବାସଭବନ, ସୁନ୍ଦରଗଡ଼ ଜିଲ୍ଲା, ଲହୁଣୀପଡ଼ା ଥାନା ଅନ୍ତର୍ଗତ ଲଟେଇମୁଣ୍ଡା ଗ୍ରାମରେ ଖାତା ନଂ-୬୩/୭୬ ଓ ୬୩/୧୦୩ ଅଧୀନ ପ୍ଲଟ୍ ନଂ-୯୮/୩୫୨ ଏବଂ ୯୮/୩୫୬ ଉପରେ ନିର୍ମାଣାଧୀନ ତିନି ମହଲା ବିଶିଷ୍ଟ କୋଠା, ଭୁବନେଶ୍ୱରରେ ଥିବା ଶ୍ରୀ କିସପଟ୍ଟାଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟ କକ୍ଷ, ବଲାଙ୍ଗୀରରେ ଥିବା ଶ୍ରୀ କିସପଟ୍ଟାଙ୍କ କାର୍ଯ୍ୟାଳୟ କକ୍ଷରେ ଏହି ଚଢାଉ ଚାଲିଛି । ଭିଜିଲାନ୍ସର ତଲାସି ଅଭିଯାନ ଜାରି ରହିଛି।






