ଅନୁଗୋଳ /ତାଳଚେର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କର ଅନୁଗୋଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି । ଜୁଲାଇ 9 ତାରିଖ ଗୁରୁବାର କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ ଅନୁଗୋଳ ଜିଲ୍ଲା ଗସ୍ତ କରି କଣିହାଁ ଏନଟିପିସି ଠାରେ ସନ୍ଧ୍ୟାରେ ପହଁଚିବେ ।
10 ତାରିଖ ଶୁକ୍ରବାର କଣିହାଁରୁ ପାଳଲହଡା ଗସ୍ତ କରି ସକାଳ 8 ଟାରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ର ଉଦଘାଟନ କରିବା ସହ ସ୍ଥାୟୀ କ୍ୟାମ୍ପସ ର ଭୂମିପୂଜନ କରିବେ | ସେଠାରୁ ଦେବଗଡ଼ ଗସ୍ତ କରି ଜିଲ୍ଲା ର ବିକାଶ ପାଇଁ ଦିଶା ବୈଠକ ରେ ଯୋଗ ଦେବେ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।ସେଦିନ ସନ୍ଧ୍ୟାରେ ଅନୁଗୋଳ ନାଲକୋ ଠାରେ ପହଁଚିବେ।
11 ତାରିଖ ଶନିବାର ଅନୁଗୁଳ ଜିଲ୍ଲା ର ବିକାଶ ପାଇଁ ଦିଶା ବୈଠକ ରେ ଯୋଗଦେବେ ଏବଂ ଅପରାହ୍ନ ରେ ନାଲକୋ ଆର ପି ଡି ଏ ସି ବୈଠକ ରେ ଯୋଗଦେବେ । ସନ୍ଧ୍ୟାରେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଭିମୁଖେ ଯାତ୍ରା କରିବେ ବୋଲି ଜୋନାଲ ବିଜେପି ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କର ତିନି ଦିନିଆ ଜିଲ୍ଲା ଗସ୍ତକୁ ନେଇ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲୁ ରହିଛି ।






