ଜୟପୁର:- କୋରାପୁଟ ଜିଲା ଜୟପୁର ଉପ ଜିଲାପାଳଙ୍କ କାର୍ଯ୍ୟ।ଳୟରେ ପ୍ରଶାସନ ସହ ବିଧାୟକ ତାରା ପ୍ରସାଦ ବାହିନିପତିଙ୍କ ବୈଠକ ଅନୁଷ୍ଠିତ ହୋଇଛି । ବିକାଶମୁଳକ କାର୍ଯ୍ୟ ଉପରେ ଆଲୋଚନା ହୋଇଛି । ବୈଠକରେ କୋରାପୁଟ ଜିଲାପାଳ ମନୋଜ ସତ୍ୟବାନ ମହାଜନ, ଜୟପୁର ଉପ ଜିଲାପାଳ ଯଦୁମଣି ନାୟକ, ରାସ୍ତା ଓ ଗୃହ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରିୟ ରଞ୍ଜନ ବେହେରା, ପୌର କାର୍ଯ୍ୟନିର୍ବାହି ଅଧିକାରି ପୁଜା ରାଉତ, ତହସିଲଦାର ସବ୍ୟସାଚି ଜେନା, ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ସହ ପିଏଚଡି, ଏମଆଇଣ୍ଟର ଅଧିକାରି ମାନେ ଉପସ୍ଥିତ ଥିଲେ । ଜଗନ୍ନାଥ ପୁନଃ କାର୍ଯ୍ୟ ରାସ୍ତା, ଜବରଦଖଲ, ସିସି କ୍ୟମେରା ଏସ ପ୍ରିୟବ୍ରତ ବେହେରା ଏସଡିପିଓ ଜଗନ୍ନାଥ ସାଗର ନିକଟରେ ରାସ୍ତା କିପରି ଦବିବା ଘଟଣା କ'ଣ ତ୍ରୁଟି ରହିଥିଲା ସେ ଉପରେ ଆଲୋଚନ କରାଯାଇଥିଲା ।
ଜୟପୁରରେ ବର୍ଯ୍ୟବସ୍ତୁର ଗ୍ୟାସ ପ୍ଲାଣ୍ଟ ସ୍ଥାପନ ହେବ । ତୁରନ୍ତ ୧୦ ଏକର ଜମି ଦେବାକୁ ପ୍ରଶାସନ ସ୍ତରରେ ଆଲୋଚନା ହୋଇଛି । ଶହେ କୋଟି ଟଙ୍କା ବିନିମୟରେ ସିଏନଜି ପ୍ଲାଣ୍ଟ ସ୍ଥାପନ ହେବ । ଜୟପୁର ପୌରାଞ୍ଚଳରେ ବାହାରୁ ଥିବା ବର୍ଯ୍ୟବସ୍ତୁରୁ ଗ୍ୟାସ ପ୍ଲାଣ୍ଟ ହେବ । ଯାହାକି ଜୟପୁର ପାଇଁ ଏକ ଖୁସି ଖବର ବୋଲି ବିଧାୟକ ତାରା ପ୍ରସାଦ ବାହିନିପତି ସୂଚନା ଦେଇଛନ୍ତି । ଜଗନ୍ନାଥ ସାଗରର ଡିପିଆର ଉପରେ ଆଲୋଚନା ହୋଇଥିଲା । ସାଗର ନିକଟରେ ଥିବା ପାର୍କ ନିର୍ମାଣ ଚାଲୁଥିବା ସମୟରେ ବନ୍ଦ ହୋଇଛି ତାହା ତୁରନ୍ତ କାର୍ଯ୍ୟ କରିବାକୁ ବିଧାୟକ ବାହନିପତି ନିର୍ଦ୍ଦେଶ ଦେଇଥିଲେ । ଏମଆଇର ଅଧିକ୍ଷଣ ଯନ୍ତ୍ରୀ ଉପସ୍ଥିତ ଥିଲେ ।
ସାଗର ତଟରେ ନିର୍ମାଣଧିନ ଡ୍ରେନ କାର୍ଯ୍ୟ ଅଧା ଛାଡି ଠିକାଦାର ଚମ୍ପଟ ମାରିଥିବା ବେଳେ ତାହାକୁ କଳା ତାଲିକାଭୁକ୍ତ କରି କେନସଲ କରିବା ସହ ନୂତନ ଟେଣ୍ଡର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସାଗର ଓ ପାର୍କ ସଂଯୋଗ କରି ଏକ ବ୍ରିଜ ନିର୍ମାଣ କରାଯାଇ ତାହାକୁ ସୌନ୍ଦର୍ଯ୍ୟକରଣ କରାଯିବ । ସାଗର ଚାରିପଟେ ରହିଥିବା ଜବର ଦଖଲ ଉଛେଦ କରିବାକୁ ପୌରପାଳିକାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଜୟପୁରର ବିକାଶ ମୁଳକ କାର୍ଯ୍ୟ ରାସ୍ତାଘାଟ, ନାଳ, ମୁଖ୍ୟ ରାସ୍ତାରେ ସିସି କ୍ୟାମେରା ଲଗାଇବା ସହ ଜୟପୁର ରଥଯାତ୍ରା ଯେପରି ସୁରୁଖୁରୁରେ ଶେଷ ହେବ ସେ ନେଇ ଆଲୋଚନା ହୋଇଥିବା ବିଧାୟକ ବାହିନିପତି ସୂଚନା ଦେଇଥିଲେ।






