ଭୁବନେଶ୍ୱର, 22 ଜୁନ୍ – ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଅଭିଯୋଗରେ ବିଜେଡିକୁ ଝଟକା। ବିଜେଡିର ଅଯୋଗ୍ୟତା ଆବେଦନକୁ ଖାରଜ କଲେ ବାଚସ୍ପତି ସୁରମା ପାଢ଼ୀ। ଦେବୀ ରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ବାଳ, ରମାକାନ୍ତ ଭୋଇ, ନବ ମଲ୍ଲିକ, ସୁବାସିନୀ ଜେନା, ଚକ୍ରମଣି କହଁର, ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ଙ୍କ ବିରୋଧରେ ଅଭିଯୋଗ ଆଣିଥିଲା ବିଜେଡି। ସଂପୃକ୍ତ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଆବେଦନ କରିଥିଲା ବିଜେଡି। ବିଜେଡିର ଆବେଦନକୁ ଖାରଜ କରିଦେଇଛନ୍ତି ବାଚସ୍ପତି।
ଗତ ମାର୍ଚ୍ଚରେ ଅନୁଷ୍ଠିତ ହୋଇଥିଲା ରାଜ୍ୟସଭା ନିର୍ବାଚନ। ୮ ବିଧାୟକଙ୍କ ବିରୋଧରେ କ୍ରସ ଭୋଟିଂ ଅଭିଯୋଗ ହୋଇଥିଲା।






